ପୁଣିଥରେ ଏକାଠି ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ବଲିଉଡ୍‌ ଦୁନିଆରୁ ଆସିଛି ଏକ ଭିନ୍ନ ଧରଣର ଖବର। ସଞ୍ଜୟ ଲିଲା ଭଂସାଲିଙ୍କ ଆଗାମୀ ପ୍ରୋଜେକ୍ଟରେ ଆଲିଆ ଭଟ୍ଟ ଓ ରଣବୀର ସିଂ କାମ କରିବେ ବୋଲି ଜଣାପଡିଛି। ‘ବୈଜୁ ବାଓ୍ବରା’ ପ୍ରୋଜେକ୍ଟରେ ରଣବୀରଙ୍କ ସହ ହ୍ରିତିକ ରୋଶନ, ଅଜୟ ଦେବଗନ ଆଦି କାମ କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ କିଏ ନାୟକ ଭୂମୀକାରେ ନଜର ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ଶୁଣିବାକୁ ମିଳିଛି କି ଆଲିଆଙ୍କ ଅପୋଜିଟରେ ରଣବୀର ନଜର ଆସିବେ। ୧୯୫୨ରେ ଆସିଥିବା ଏକ ଫିଲ୍ମର ଏହା ରିମେକ୍‌ ବୋଲି ଜଣାପଡିଛି। ପ୍ରଥମେ ଗଲି ବୟ ମୁଭିରେ ନଜର ଆସିଥିବା ଆଲିଆ-ରଣବୀର ଏଥର ପୁଣିଥରେ ସଞ୍ଜୟ ଲିଲା ଭଂସାଲିଙ୍କ ପ୍ରୋଜେକ୍ଟରେ ଲିଡ୍‌ ରୋଲରେ ଦେଖାଦେବେ ବୋଲି କୁହାଯାଉଛି।

Share