Advertisement

ପୁଣିଥରେ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ସଂକ୍ରମିତ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ପ୍ରଥମ ଥର ଆସିଥିବା ତାଙ୍କ ରିପୋର୍ଟକୁ ନେଇ କନିକାଙ୍କ ପରିବାର ଲୋକେ ଅଭିଯୋଗ ଆଣିବାରୁ ପୁଣିଥରେ ତାଙ୍କର କରୋନା ସଂକ୍ରମଣ ଟେଷ୍ଟ କରାଯାଇଥିଲା। ବର୍ତ୍ତମାନ କନିକା ଉତ୍ତର ପ୍ରଦେଶର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ରେ ଚିକିତ୍ସିତ ହେଉଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୂଚନାଯୋଗ୍ୟ, ବିଦେଶରୁ ଫେରି କନିକା କିଛି ପାର୍ଟିରେ ଯୋଗ ଦେଇଥିବା ବେଳେ ଆଉ ପରେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଭୟଭୀତ ହୋଇଯାଇଥିଲେ। ଏହାସହ କେତେଜଣ ରାଜନେତା ନିଜକୁ ଆଇସୋଲେଶନରେ ରଖିଥିବା ବେଳେ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share