ପୁଣିଥରେ କରୋନା ସଂକ୍ରମିତ ହେଲେ ବାଇଡେନ

ୱାଶିଂଟନ,୩୧ ।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଛି । ଦ୍ୱିତୀୟ ଥର ଲାଗି ସେ କରୋନାରେ ସଂକ୍ରମିତ ହୋଇଥିବ ଜଣାପଡିଛି । ଏପଟେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁଣିଥରେ ଆଇସୋଲେଶନରେ ରହିବେ । ସୂଚନାଯୋଗ୍ୟ, କିଛିଦିନ ତଳେ ବାଇଡେନ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ ।
ରାଷ୍ଟ୍ରପତିଙ୍କ ଚିକିତ୍ସକ କେୱିନ ଓ କାଁନର କହିଛନ୍ତି ଶନିବାର ବାଇଡେନଙ୍କ ଆଣ୍ଟିଜେନ ଟେଷ୍ଟ ହେବାରୁ ସେ କରୋନା ପଜିଟିଭ ଥିବା ଜଣାପଡିଥିଲା । ହ୍ୱାଇଟ ହାଉସ କହିଛି, ଆମେରିକା ରାଷ୍ଟ୍ରପତି କଡା ଆଇସୋଲେଶନ ପ୍ରକ୍ରିୟା ଜାରି ରଖିବେ ।

Share