ମୁମ୍ବାଇ,୨୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଦାବି କରିଛନ୍ତି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। କେବଳ ଭାଜପା ନୁହେଁ ସେ ରାଜ୍ୟ ସରକାରଙ୍କ ସବୁ ଦଳର ମୁଖ୍ୟମନ୍ତ୍ରୀ ବୋଲି କହିବା ଅବସରରେ ଏକଥା କହିଛନ୍ତି। ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ସେ ଏହା କହିବା ପରେ ସେଠାର ମଧ୍ୟ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଫଡନବିଶଙ୍କ ଏହି ବୟାନ ଏବେ ପୁଣି ଥରେ ନିଆଁରେ ଘିଅ ଢାଳିବା ଭଳି ହୋଇଛି। ତେବେ ଫଡନବିଶ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନଙ୍କୁ କିଛି ଚିନ୍ତା କରିବାର ନାହିଁ କାରଣ ମୋ କାମ ହିଁ ମୋତେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ଦେବ।