ପୁଣିଥରେ ରିଲିଜ୍‌ ହେବ ‘ଅଂଗ୍ରେଜି ମିଡିୟମ’

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରାୟ ସବୁ କ୍ଷେତ୍ରରେ ଦେଖିବାକୁ ମଳିଲାଣି। ଏହି ମାରାତ୍ମକ ଭୂତାଣୁଠାରୁ ଦୂରେଇ ରହିବାକୁ ଏବେ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବାରୁ ଏହାକୁ ରୋକିବାକୁ ଯାଇ ଦିଲ୍ଲୀ, ମୁମ୍ବାଇ, ଜମ୍ମୁ-କଶ୍ମୀର, କେରଳ, ଓଡ଼ିଶା ସମତେ ଆଉ କେତେକ ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ ଆଦିକୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଥିଏଟର ବନ୍ଦ ହେବା ଫଳରେ ଏହାର ପ୍ରଭାବ ମନୋରଞ୍ଜନ ଜଗତ ଉପରେ ପଡିଛି। ଯେଉଁଦିନ ଦିଲ୍ଲୀ ସରକାର ଥିଏଟର ବନ୍ଦ କରିବାକୁ ଘୋଷଣା କଲେ ଠିକ୍‌ ସେହିଦିନ ବଲିଉଡ୍‌ ମୁଭି ‘ଅଂଗ୍ରେଜି ମିଡିୟମ’ ରିଲିଜ୍‌ କରାଯାଇଥିବାରୁ ଏହାର ବ୍ୟବସାୟ ଆଦୌ ହୋଇନି କହିଲେ ଚଳେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ‘ଅଂଗ୍ରେଜି ମିଡିୟମ’କୁ ପୁଣିଥରେ ରିଲିଜ୍‌ କରାଯିବାକୁ ଯୋଜନା କରାଯାଇଥିବା ଜଣାପଡିଛି। ଥିଏଟର ଖୋଲିବା ପରେ ସୁବିଧା ଦେଖି ଫିଲ୍ମକୁ ପୁଣିଥରେ ରିଲିଜ୍‌ କରାଯିବ ବୋଲି ମେକର୍ସ କହିଛନ୍ତି। ତେବେ ରିଲିଜ୍‌ର ପ୍ରଥମ ଦିନରେ ଏହା ପାଖାପାଖି ୪ କୋଟି ବ୍ୟବସାୟ କରିଥିବାରୁ ପୁଣିଥରେ ରିଲିଜ୍‌ କରାଗଲେ ଏହା ଭଲ ବ୍ୟବସାୟ କରିବ ବୋଲି ମେକର୍ସ ଆଶା ରଖିଛନ୍ତି। କରୋନା ଭାଇରସରୁ ମୁକୁଳିବା ଆମପାଇଁ ପ୍ରଥମ କାମ ହୋଇଥିବାରୁ ଏହାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି କୁହାଯାଉଛି।

Share