ପୁଣି ଅଟୋରେ ପ୍ରସବ

ବାଲିଗୁଡା,୩୧ା୮.(ଡି.ଏନ.ଏ.) -ବାଲିଗୁଡା ଥାନା ଜକିକିଆ ଗ୍ରାମର ବାପି ଦିଗାଲଙ୍କ ସ୍ତ୍ରୀ ଜ୍ୟୋସ୍ନାଙ୍କୁ ଶୁକ୍ରବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଅଟୋ ଯୋଗେ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମେଡିକାଲ ହତା ଭିତରେ ଅଟୋରେ ଜ୍ୟୋସ୍ନା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଅଲଟ୍ରାସାଉଣ୍ଡ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୨୬ରେ ପ୍ରସବ ତାରିଖ ଦେଇଥିଲେ ଡାକ୍ତର। ମାତ୍ର ଶୁକ୍ରବାର ହଠାତ୍‌ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଅଟୋରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କୌଣସି କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜ୍ୟୋସ୍ନାଙ୍କ ପ୍ରସବ ହୋଇଥିବା ଜଣାପଡିଛି। ମା’ ଓ ଶିଶୁ ସୁସ୍ଥଥିବା ଏବଂ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ମେଡିକାଲ ସୂତ୍ରରୁ ପ୍ରକାଶ।