Categories: ଜାତୀୟ

ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍‌ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭବିଷ୍ୟତରେ କଂଗ୍ରେସ ଡୋରି ରାହୁଲଙ୍କ ହାତକୁ ଯିବ। ରାହୁଲଙ୍କ ନେତୃତ୍ୱରେ ଦଳ ଆଗେଇବାର ଯୋଜନା କରିଥିବା ମନମୋହନ କହିଥିଲେ। ସେହିପରି ଶଶି ଥରୁର୍‌ ମଧ୍ୟ ଏନେଇ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦ ଏବେ ରାହୁଲଙ୍କ ହାତକୁ ଯିବ। ଏବେ ମନମୋହନ ଏବଂ ଶଶି ଥରୁର୍‌ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share