ପୁଣି ଅନନ୍ୟାଙ୍କୁ ମିଳିଲା କରନଙ୍କ ଅଫର୍‌

ମୁମ୍ବାଇ: ବଲିଲଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ହିଟ୍‌ ହେବା ପରେ ପୁଣିଥରେ ଧର୍ମା ପ୍ରଡକସନରୁ ତାଙ୍କୁ ନେକ୍ସ ଫିଲ୍ମ ପାଇଁ ଅଫର୍‌ ମିଳିଥିବା ଜଣାପଡିଛି। ତାଙ୍କ ପ୍ରଥମ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ ଫ୍ଲପ୍‌ ହେବା ପରେ କିନ୍ତୁ ଏବେ ‘ପତି ପତ୍ନୀ ଔର ଓ୍ବ’ ତାଙ୍କୁ ସଫଳତା ଆଣି ଦେଇଛି। ଅବଶ୍ୟ ଏବେ ସେ କରନ ଜୋହରଙ୍କ ଫିଲ୍ମରେ ବି ଲିଡ୍‌ ରୋଲରେ ଆସୁ ନାହାନ୍ତି। କାରଣ ଏଥିରେ ଲିଡ୍‌ ରୋଲରେ ଆସିବେ ଦୀପିକା ପାଦୁକୋନ ଓ ଅନନ୍ୟା ଆସିବେ ସେକେଣ୍ଡ ଲିଡ୍‌ ରୋଲ୍‌ରେ। ଶକୁନ ବତ୍ରା ଏହାର ନିର୍ଦ୍ଦେଶକ ଭାବେ କାମ କରିବେ। ସେ ପୂର୍ବରୁ କରନଙ୍କ ସହ ‘ଏକ ମେଁ ଔର ଏକ ତୁ’ ଓ ‘କପୁର ଆଣ୍ଡ ସନ୍ସ’ରେ କାମ କରି ସାରିଛନ୍ତି। ଏହା କରନଙ୍କ ସହ ଶକୁନଙ୍କର ତୃତୀୟ ଫିଲ୍ମ ହେବ। ହେଲେ ଏହି ଫିଲ୍ମରେ ଅନନ୍ୟାଙ୍କ ସହକଳାକାରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Share