Categories: ଜାତୀୟ

ପୁଣି ଅଶାନ୍ତ ଜାମିଆ ପରିସର

ନୂଆଦିଲ୍ଲୀ,୩।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ପୁଣି ଗୁଳି ଫୁଟିଛି। ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗେଟ୍‌ ନମ୍ବର ୫ରେ ଗୁଳି ଫୁଟିବାର ଶବ୍ଦ ଶୁଭିବା ପରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ଜାମିଆ ଗେଟ୍‌ ନମ୍ବର ୭ ନିକଟରେ ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ପୋଲିସ ଏସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ନ ଥିବା ବେଳେ ଜାମିଆ କୋଅର୍ଡିନେଶନ କମିଟି ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ହେଲେ ପୋଲିସ କହିଛି ନିକଟରୁ କୌଣସି ଗୁଳି ମିଳି ନ ଥିବା ବେଳେ ଘଟଣା ସମ୍ପର୍କରେ ଯାଞ୍ଚ ଆରମ୍ଭ କରାଯାଇଛି।

Share