Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୮।୧୧: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ସେନା ଭାରତୀୟ ସୀମାରେ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ପାକିସ୍ତାନ ସେନା ପକ୍ଷରୁ କେଜି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲ। ଏହାର ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଛି।

Share