Advertisement

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୬: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଗୋଟିଏ ପଟେ ପାକିସ୍ତାନ ସରକାର ଭାରତ ସହ ଆଲୋଚନା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ସୀମାରେ ପାକ୍‌ ସେନା ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ସୋମବାର ସକାଳେ ଜମ୍ମୁ କଶ୍ମୀର ପୁଞ୍ଚର କେଜି ସେକ୍ଟରରେ ପାକିସ୍ତାନ ସେନା ମୋର୍ଟାର ମାଡ଼ କରିଛି। ଏହି ଗୁଳିବିନିମୟରେ ଭାରତୀୟ ବିଏସ୍‌ଏଫ୍‌ର ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରୁ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତିର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା। ରବିବାର ମଧ୍ୟ ପୁଞ୍ଚ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ। ଏହି ଗୁଳିବିନିମୟରେ ୩ଜଣ ସାଧାରଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share