Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରିଛି। ଏହାର ଜବାବରେ ଭାରତୀୟ ପୋଷ୍ଟ ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବୁଧବାର ମଧ୍ୟ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଏଭଳି ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବାରମ୍ବାର ପାକିସ୍ତାନ ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି।

Share