Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ୍‌ ଜିଲାର ମେଣ୍ଡାର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଶନିବାର ପୂର୍ବାହ୍ନ ୯ଟାରେ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ସେଲିଂ ମାଡ଼ କରାଯାଇଛି। ଏହାର ଜବାବ୍‌ରେ ଭାରତୀୟ ପୋଷ୍ଟଗୁଡ଼ିକରୁ ମଧ୍ୟ ଗୁଳିଗୋଳା ମାଡ଼ ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ନିୟନ୍ତ୍ରଣ ରେଖାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି।

Share