Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ରବିବାର ପୂର୍ବାହ୍ନ ୧୦ଟା ୧୫ରେ ପୁଞ୍ଚ ଜିଲାର ଶାହପୁର ଅଞ୍ଚଳରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ ହୋଇଛି। ଏହାର ଜବାବ୍‌ରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି ଲାଗି ପାକିସ୍ତାନ ଲଗାତାର ଉଦ୍ୟମ ଜାରି ରଖିଛି। କଭର ଫାୟାର ଦ୍ୱାରା ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଏଭଳି କରୁଥିବା କୁହାଯାଉଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖାଠାରେ ଯବାନଙ୍କୁ ସଜାଗ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି।

Share