Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୫।୧୨: ଅସାମାଜିକ କାର୍ଯ୍ୟରୁ ବାଦ୍‌ପଡୁନି ପାକିସ୍ତାନ। ଲଗାତାର ଭାରତ ସୀମା ନିୟନ୍ତ୍ରଣ ରେଖାରେ(ଏଲ୍‌ଓସି) ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନ। ବୁଧବାର ପୁଣି ଥରେ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଛି। ଏହାର ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଛି। ତେବେ ଦୁଇ ସେନା ପକ୍ଷରୁ ଚାଲିଥିବା ଏହି ଗୁଳିବିନିମୟରେ ଜଣେ ଭାରତୀୟ ସେନା ଶହୀଦ ହୋଇଥିବା ଜଣାପଡ଼ିଛି।

Share