Categories: ଜାତୀୟ

ପୁଣି ଇଡି ଜାଲରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩।୧: କିଛି ଦିନର ବିରାମ ପରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଲରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌। ଶୁକ୍ରବାର ଏୟାର ଇଣ୍ଡିଆ ଦ୍ୱାରା କିଣାଯାଇଥିବା ବିମାନର ଡିଲ୍‌କୁ ନେଇ ଇଡି ଦୀର୍ଘ ୬ ଘଣ୍ଟା ଧରି ଚିଦାମ୍ବରମ୍‌ଙ୍କୁ ଜେରା କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତବର୍ଷ ଅଗଷ୍ଟ ୨୩ରେ ଏୟାର ଇଣ୍ଡିଆର ୧୧୧ଟି ବିମାନର କ୍ରୟ ସମ୍ବନ୍ଧରେ ପଚରାଉଚରା ପାଇଁ ଇଡି ତାଙ୍କୁ କାର୍ଯ୍ୟାଳୟକୁ ଡକାଇଥିଲା। ହେଲେ ଅଗଷ୍ଟ୨୦ରେ ଆଇଏନ୍‌ଏକ୍ସ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଆଇଏନ୍‌ଏକ୍ସ ମାମଲାରେ ଏକମାସ ପୂର୍ବରୁ ତାଙ୍କୁ ତିହାର ଜେଲ୍‌ରୁ ଜାମିନ ମିଳିଛି। ତେବେ ଜାମିନ ମିଳିବା ପରେ ଚିଦାମ୍ବରମ୍‌ଙ୍କ ଏହା ପ୍ରଥମ ଜେରା।

Share