ପୁଣି ଏକାଠି ନଜର ଆସିବେ ରଣବୀର କପୁର, ଦୀପିକା

ଦିନଥିଲା ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦ୍ୟୁକୋନଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରୀରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ଏପରିକି ଉଭୟେ ଲିଭ୍‌ ଇନ୍‌ରେ ରହୁଥିବା କଥା ସ୍ବୀକାର ମଧ୍ୟ କରିଥିଲେ। କିନ୍ତୁ କ’ଣ ହେଲା କେଜାଣି କିଛିଦିନ ପରେ ଉଭୟ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ରଣବୀରଙ୍କୁ ଧୋକେବାଜ୍‌ କହିଥିଲେ ଦୀପିକା। କିନ୍ତୁ କିଛିଦିନ ପରେ ଉଭୟ ଉତ୍ତମ ବନ୍ଧୁ ଭାବେ ନଜର ଆସିଲେ। ଆଉ ଦୀପିକା ଅଭିନେତା ରଣବୀର ସିଂଙ୍କୁ ବିବାହ କରିଥିବାବେଳେ ରଣବୀର କପୁର ଏବେ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡିଛନ୍ତି। ଏବେ ଦୀପିକାଙ୍କ ସହ ପୁଣି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ରଣବୀର। ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଉଭୟ ନଜର ଆସିବେ। ୨୦୧୫ରେ ଫିଲ୍ମ ‘ତମାଶା’ରେ ରଣବୀର-ଦୀପିକା ଶେଷଥର ପାଇଁ ଅଭିନୟ କରିଥିଲେ। ଏବେ ଦୀପିକା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ୍‌’ ଏବଂ କବିର ଖାନ୍‌ଙ୍କ ଫିଲ୍ମ ‘୮୩’ରେ ନଜର ଆସିବେ। ରଣବୀର କପୁର ଏବେ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Share