ପୁଣି ଓଜନ ବଢ଼ିବାକୁ ନେଇ ଚର୍ଚ୍ଚାରେ ଅଦନାନ୍‌

ବମ୍ବେ: ବଲିଉଡ୍‌ ଗାୟକ ଅଦନାନ୍‌ ସାମୀ ନିଜର ଗାୟନଶୈଳୀକୁ ନେଇ ଯେତିକି ଚର୍ଚ୍ଚିତ ହୋଇ ନ ଥାନ୍ତି, ତାଠାରୁ ଅଧିକ ହୋଇଥାନ୍ତି ନିଜର ଓଜନକୁ ନେଇ। କିଛି ଦିନ ତଳେ ଓଜନ କମାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ହେଲେ ଏବେ ଯେଉ କଥାକୁ ସେଇ କଥା ହୋଇଛି। କହିବାର ଅର୍ଥ ଅଦନାନଙ୍କ ଓଜନ ପୁଣି ବଢ଼ିଛି। ନିକଟରେ ବମ୍ବେ ବିମାନବନ୍ଦରରେ ପୁରା ପରିବାର ସହ ଅଦନାନ୍‌ଙ୍କୁ ଦେଖାଯାଇଥିଲା। ଏହି ସମୟର କିଛି ଫଟୋ ଏବେ ଭାଇରାଲ ହେଉିଛି। ୨୩୦ କିଗ୍ରାରୁ ୭୫ କିଗ୍ରାକୁ ଓଜନ ହ୍ରାସ କରି ସମସ୍ତଙ୍କୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିବା ଅଦନାନ ପୁଣି ମୋଟା ହୋଇଯାଇଛନ୍ତି। ଭାଇରାଲ ହେଉଥିବା ଫଟୋରୁ ତାହା ସ୍ପଷ୍ଟ ହୋଇଛି।

ଅଦନାନ୍‌ ‘କଭି ତୋ ନଜର ମିଲାଓ, ଥୋଡି ସି ଲିଫ୍ଟ କରାଦେ’ ସହ ସଲମାନ୍‌ଙ୍କ ବଜରଙ୍ଗୀ ଭାଇଜାନ୍‌, ଧମାଲ, ଲାଇଫ୍‌ ଇନ୍‌ ଏ ମେଟ୍ରୋ ଭଳି ଫିଲ୍ମରେ ଗୀତ ଗାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Share