ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି ଜଗୁଆଳି ଭାବେ କାର୍ଯ୍ୟରତ ଦିଲୀପ ଦଳବେହେରାଙ୍କର ସାରଙ୍ଗଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା। ମୃତଦେହ ନେବାପାଇଁ ଗାଡି ନ ମିଳିବାରୁ ପରିବାର ଲୋକେ କାନ୍ଧରେ ବୋହି ନେଇଥିଲେ। ପ୍ରାୟ ୪ କିମି ଦୂର ମୃତଦେହ କାନ୍ଧରେ ବୋହି ନେଇଥିବା ଜଣାପଡିଛି।

Share