Categories: ଜାତୀୟ

ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନେ ପୁଣି କୋର୍ଟ ପହଞ୍ଚିଛନ୍ତି। ଏମାନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଶୁକ୍ରବାର ପୁଣିଥରେ ପଟିଆଲା ହାଉସ କୋର୍ଟ ପହଞ୍ଚିଥିବା ଜଣାପଡିଛି। ଏଥର ସେ ତିହାର ଜେଲ ପ୍ରଶାସନ ଉପରେ ଅଭିଯୋଗ ଆଣି ଆବେଦନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯେଉଁ କାଗଜପତ୍ର ଆଧାରରେ ସେ ବିନୟ, ପବନ ଓ ଅକ୍ଷୟଙ୍କ କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ ଦାଖଲ କରିବେ ତାହା ଏପର୍ଯ୍ୟନ୍ତ ଜେଲ ପ୍ରଶାସନ ପକ୍ଷରୁ ତାଙ୍କୁ ହସ୍ତଗତ କରାଯାଇ ନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ବିନୟଙ୍କ କ୍ୟୁରେଟିଭ ପିଟିଶନ ଖାରଜ ହୋଇସାରିଛି। ଏବେ ସେ କ୍ଷମା ଆବେଦନ କରିବେ। ଅନ୍ୟପଟେ ପବନ ଓ ଅକ୍ଷୟଙ୍କର କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ ଦାଖଲ କରାଯିବ। ଓକିଲ ଏପି ସିଂ କହିଛନ୍ତି ଫେବୃୟାରୀ ୧ରେ ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଧାରିତ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଜେଲ ପ୍ରଶାସନ ତାଙ୍କୁ ଉକ୍ତ କାଗଜପତ୍ର ଦେଇ ନାହାନ୍ତି। ସୂଚନାଯୋଗ୍ୟ, ଏମାନେ ଦିନେ ଦୁଇଦିନ ମଧ୍ୟରେ ଫାଶୀଦଣ୍ଡାଦେଶକୁ କୋହଳ କରିବା ପାଇଁ ସୁଧାରାତ୍ମକ ଆବେଦନ କରିବେ ବୋଲି ଜଣାପଡିଛି।

Share