Categories: ଜାତୀୟ

ପୁଣି କୋର୍ଟ ଯାଇପାରେ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ରବିବାର ଅଲ୍‌ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)ରବିବାର ଏକ ବୈଠକର ଆୟୋଜନ କରିଥିଲା। ଏଥିରେ ବିଚାର କରାଯାଇଛି କି କୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ପୁଣି ଥରେ ଆବେଦନ କରାଯିବ। ଏହାସହ ବାବରି ମସଜିଦ ପାଇଁ କୋର୍ଟ ପକ୍ଷରୁ ଯେଉଁ ୫ ଏକର ଜମି ଦେବା କଥା କୁହାଯାଇଛି ଏହାକୁ ମଧ୍ୟ ବୋର୍ଡ ଗ୍ରହଣ କରିନାହିଁ। ଜମିଅତ-ଉଲେମା-ଇ-ହିନ୍ଦର ମୌଲାନା ଅର୍ସଦ ମଦାନି କହିଛନ୍ତି କୋର୍ଟଙ୍କ ରାୟରେ କିଛିଟା ଅସୁବିଧା ଥିବାରୁ ସେ ପୁଣିଥରେ କୋର୍ଟ ଯାଇପାରନ୍ତି।

Share