Categories: ଖେଳ

ପୁଣି କ୍ରିକେଟକୁ ଫେରିବା ନେଇ କ’ଣ କହିଲେ ଧୋନୀ

ମୁମ୍ବାଇ,୨୮।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟକୁ କେବେ ଫେରିବା ସେନେଇ କୌଣସି ସୂଚନା ନ ଥିବାବେଳେ ଏହା ଉପରୁ ନିଜେ ପରଦା ଉଠାଇଛନ୍ତି ଧୋନୀ। ସେ କହିଛନ୍ତି, ଜାନୁଆରୀ ମାସ ପର୍ଯ୍ୟନ୍ତ ଏନେଇ ମୋତେ କିଛି ପଚାରନ୍ତୁ ନାହିଁ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଧୋନୀକୁ କ୍ରିକେଟକୁ ଫେରିବା ଉପରେ ପ୍ରଶ୍ନ ପଚାରାଯିବାରୁ ସେ ଏହା କହିଥିଲେ। ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ ସେମିଫାଇନାଲରେ ପରେ ଧୋନୀ କ୍ରିକେଟରୁ ଦୂରେଇ ଅଛନ୍ତି। ଇତିମଧ୍ୟରେ ପ୍ରାୟ ୫ମାସ ବିତିଗଲାଣି। କିନ୍ତୁ ସେ ଆଉ କ୍ରିକେଟକୁ ଫେରିବେ ନା ଅବସର ନେବେ ସେନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହେଉଛି। କିନ୍ତୁ ଧୋନୀ ଏନେଇ ଚୁପ୍‌ ଅଛନ୍ତି।

 

 

Share