ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌: ବଢ଼ିଲା ଆମେରିକାର ଚିନ୍ତା

ସିଓଲ୍‌,୧୦।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ଶନିବାର ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ହେମହଙ୍ଗ୍‌ଠାରୁ ପୂର୍ବ ସାଗରକୁ ଉତ୍‌କ୍ଷେପଣ କରାଯାଇଛି। ଉତ୍ତରକୋରିଆର ସୈନ୍ୟ ବିଭାଗର ତତ୍ୱାବଧାନରେ ଏହା କରାଯାଇଛି। ଭୋର୍‌ ୫ଟା ୨୪ଏବଂ ୫ଟା ୩୬ରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ମଧ୍ୟରେ ଆଣବିକ ନିରସ୍ତ୍ରୀକରଣ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଉତ୍ତରକୋରିଆ ବାରମ୍ବାର ଏଭଳି କାର୍ଯ୍ୟ କରୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି ପାଇଛି।

Share