ପୁଣି ଖୋଲିବ ଡ୍ୟାନ୍ସ ବାର: ମିଳିଲା ଅବକାରୀ କମିଶନର ପକ୍ଷରୁ ଅନୁମତି

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜଧାନୀରେ ପୁଣି ଥରେ ଖୋଲିବ ଡ୍ୟାନ୍ସ ବାର। ଏ ନେଇ ୭ଟି ଡ୍ୟାନ୍ସ ବାର୍‌କୁ ସୋମବାର ଅବକାରୀ କମିଶନର ପକ୍ଷରୁ ଅନୁମତି ମିଳିଛି। ସେମାନେ ଅବକାରୀ ଆଇନ୍‌ ୪୪(୫)ର ଗାଇଡ୍‌ଲାଇନ୍‌ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ। ତେବେ ଏଥିରେ କିଛି କଟକଣା ରଖାଯାଇଛି। ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍‌ ଓ ଅର୍ଦ୍ଦନଗ୍ନ ଶରୀରକୁ ବାରଣ କରାଯାଇଛି। ଏଥିସହ ବାର ଡ୍ୟାନ୍ସବେଳେ ଗ୍ରାହକ ଟଙ୍କା ଉଡ଼ାଇ ପାରିବେ ନାହିଁ। ୨୧ ବର୍ଷରୁ କମ୍‌ ବୟସର ଯୁବତୀଙ୍କୁ ନିୟୋଜିତ କରାଯିବନି। ଡ୍ୟାନ୍ସ ବାର୍‌ରେ ନିୟୋଜିତ ଯୁବତୀଙ୍କ ପରିଚୟ ପତ୍ର ରହିବ।
ସୂଚନାଯୋଗ୍ୟ, ଆଇନ ଉଲ୍ଲଂଘନ ନେଇ କିଛିଦିନ ତଳୁ ବାର୍‌ ଡ୍ୟାନ୍ସ ବନ୍ଦ ରହିଥିଲା।

Share