ନୂଆଦିଲ୍ଲୀ,୧୬।୭: କର୍ନାଟକର ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତା ବୁଧବାରକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ସକାଳ ୧୦ଟା ୩୦ରେ ଏହି ମାମଲର ଶୁଣାଣି କରାଯିବ। ଉଭୟ ପକ୍ଷର ଦଲିଲ ଶୁଣିବା ପରେ ଏହି ମାମଲାର ଶୁଣାଣିକୁ ଆଉ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ସୂଚନାଯୋଗ୍ୟ, କିଛିଦିନ ହେବ କର୍ନାଟକରେ ଲାଗି ରହିଥିବା ରାଜନୈତିକ ଉଷ୍ମତାକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେଉଥିଲା। ଏହି ସମୟରେ ସିଜେଆଇ ବିଧାୟକଙ୍କ ଇସ୍ତଫାର ତାରିଖ ବିଷୟରେ ଜାଣିବାକୁ ଚାହିଁଥିଲେ। ଏମିତି ଅନେକ ତର୍କ ବିତର୍କ ପରେ ଏହାକୁ ଏବେ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି।