ପୁଣି ଘୁଞ୍ଚିଲା ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଙ୍ଗ: ଫେବୃୟାରୀରେ ଆରମ୍ଭ ହେବ କାମ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେବାକୁ ଥିବା ରନ୍‌ଓ୍ବେ ରିକାର୍ପେଟିଙ୍ଗ କାର୍ଯ୍ୟ ଆହୁରି ଦୁଇ ମାସ ଘୁଞ୍ଚତ୍ଲା। ପୂର୍ବରୁ ନଭେମ୍ବର ୧ରୁ ଘୁଞ୍ଚତ୍ ୧ ଡିସେମ୍ବରରେ ହେବାକୁ ଥିଲା। ଏବେ ଏହି ରିକାର୍ପେଟିଙ୍ଗ୍‌ କାର୍ଯ୍ୟ ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବ ବୋଲି ସୋମବାର ବିମାନ ବନ୍ଦର ନିର୍ଦ୍ଦେଶକ ବି.ଭି. ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଠରୁ ଦଶମାସ ମଧ୍ୟରେ ଏହି କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟ ରାତି ୧୨ଟାରୁ ସକାଳ ୬ଟା ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କାର୍ଯ୍ୟ ଚାଲିବ। ଏହି ସମୟରେ ବିମାନ ବନ୍ଦର ଆଂଶିକ ଭାବେ ବନ୍ଦ ରହିବ। ସୂଚନାଯୋଗ୍ୟ, ପ୍ରତି ୧୦ବର୍ଷରେ ଥରେ ବିମାନବନ୍ଦର ରିକାର୍ପେଟିଂ କରାଯାଇଥାଏ। ୨୦୦୭ରେ ଏଠାରେ ଶେଷଥର ରନ୍‌ଓ୍ବେ ରିକାର୍ପେଟିଙ୍ଗ କରାଯାଇଥିଲା। ତେବେ ଏହି କାର୍ଯ୍ୟ ପାଇଁ ୨୮ କୋଟିର ବଜେଟ୍‌ କରାଯାଇଛି।

Share