Categories: ଜାତୀୟ

ପୁଣି ଘୁଞ୍ଚିବ କି ଫାଶୀ ଦଉଡ଼ି: ମାଣ୍ଡୋଲି ଜେଲ୍‌ ପ୍ରଶାସନଠାରୁ ଏପ୍ରିଲ ୮ ସୁଦ୍ଧା ରିପୋର୍ଟ ତଲବ !

ନୂଆଦିଲ୍ଲୀ,୧୨।୩: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ସମୟ ପୁଣିଥିରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ଦୋଷୀ ପଓ୍ବନ ତାଙ୍କୁ ଜେଲ୍‌ରେ ପିଟାଯାଇଥିବା ଅଭିଯୋଗ କରିଥିଲେ। ଏନେଇ କଡ଼କଡ଼ଡୁମା ଅଦାଲତ ଏପ୍ରିଲ ୮ ସୁଦ୍ଧା ମାଣ୍ଡୋଲି ଜେଲ୍‌ ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି। ତେବେ ଅଦାଲତ ସୂଚିତ କରିଛନ୍ତି ଯେ, ଏହି ରିପୋର୍ଟ ଲୋଡ଼ିବା ଦ୍ୱାରା ଦୋଷୀଙ୍କ ପାଇଁ ଜାରି ହୋଇଥିବା ଡେଥ୍‌ ଓ୍ବାରେଣ୍ଟ୍‌ ପ୍ରଭାବିତ ହେବ ନାହିଁ। ଇତିମଧ୍ୟରେ ଦୋଷୀ ବିନୟ ଆଇପିସି ଧାରା ୪୩୨ ଏବଂ ୪୩୩ ଅନ୍ତର୍ଗତ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ଲାଗି ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ଲାଗିି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ହୋଇଛି।

Share