ପୁଣି ଘୁଞ୍ଚିଲା ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖ

ଅକ୍ଷୟ କୁମାର ଏବଂ ମିସ ୱାଲର୍‌ଡ ମାନୁଷୀ ଚିଲ୍ଲାରଙ୍କ ଅଭିନୀତ ଫିଲ୍ମ ‘ପୃଥ୍ବୀରାଜ’ର ନୂଆ ରିଲିଜ ତାରିଖ ପୁଣି ଥରେ ସାମ୍ନାକୁ ଆସିଛି। ଫିଲ୍ମଟି ଚଳିତ ବର୍ଷ ଜୁନରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମଟି ଚଳିତ ବର୍ଷ ଜାନୁୟାରୀରେ ମୁକ୍ତିଲାଭ କରିବାର ଥିଲା। ଏହା ପରେ ଜୁନ୍‌ ୧୦ରେ ରିଲିଜ୍‌ ହେବାର ଥିଲା। ବର୍ତ୍ତମାନ ରିଲିଜ୍‌ ତାରିଖକୁ ୩ ଜୁନ୍‌କୁ ପରିବର୍ତ୍ତନ କରାଯାଇଛି । କୋଭିଡ୍‌ ଯୋଗୁ ଫିଲ୍ମର ରିଲିଜ୍‌ ତାରିଖକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଅକ୍ଷୟ କୁମାର ଫିଲ୍ମର କିଛି ନୂଆ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି ।

 

Share