ପୁଣି ଚର୍ଚ୍ଚାରେ ଅମିରଙ୍କ ଝିଅ ଇରା

ଅମିର ଖାଁଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। କେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନେଇ ତ ଆଉ କେତେବେଳେ ନିଜର ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏସବୁ ଫଟୋ ଶେୟାର କରିଛନ୍ତି। ଇରା ପ୍ରତିଥର ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ ଉଠାଇଛନ୍ତି।

ଏବେ ଏକ ନୂଆ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଗଛରେ ଲାଲ୍‌ ରଙ୍ଗର ଗାଉନ୍‌ ପିନ୍ଧି ଚଢ଼ିଥିବା ଦେଖିବାକୁ ମିଳିଛି। ଏହା ସହିତ କ୍ୟାପଶନ ମଧ୍ୟ ଲେଖିଛନ୍ତି। ସବୁବେଳେ ଗୋଟିଏ ଟ୍ରି ହାଉସ୍‌ ଚାହୁଁଛି ବୋଲି ଲେଖିଛନ୍ତି। ଏହି ଫଟୋ ଶେୟାର ପରେ ଫ୍ୟାନ୍‌ମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ୟୁଜର ମଧ୍ୟ ଟ୍ରୋଲ କରିଛନ୍ତି। ଗଛରୁ ଯେମିତି ପଡ଼ି ନ ଯାଅ।

Share