ପୁଣି ଚର୍ଚ୍ଚାରେ ମଙ୍ଗୁ ମଠ

ପୁରୀ ଅଫିସ,୨।୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଥିବା ମଙ୍ଗୁମଠ ଉଚ୍ଛେଦକୁ ନେଇ ଆରମ୍ଭରୁ ବହୁ ବିବାଦ ଉପୁଜିଥିଲା। ମଠର ବ୍ୟବସାୟିକ କୋଠା ଉଚ୍ଛେଦ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ମଙ୍ଗୁ ମଠ। ଗୁରୁବାର ମଠର ଗାଦି ଘର ଛାତ ଉପରକୁ ଚଢ଼ି ୪ଜଣ ଶିଖ୍‌ ସମ୍ପ୍ରଦାୟର ବ୍ୟକ୍ତି ନିଶାଣ ଲଗାଇଛନ୍ତି। ପୋଲିସର ବିନା ଅନୁମତିରେ ସୁରକ୍ଷା ଜୋନ ମଧ୍ୟରେ ପଶି ନିଶାଣ ଲଗାଇବା ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ପୋଲିସ ସେମାନଙ୍କୁ ଛାତ ଉପରୁ ଓହ୍ଲାଇ ଆସିବାକୁ କହିବାରୁ ସେମାନେ ଛାତରୁ ଡେଇଁ ପଡ଼ିବାକୁ ମଧ୍ୟ ଧମକ ଦେଇଥିଲେ। ପରେ ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ସେମାନେ ଛାତରୁ ଓହ୍ଲାଇଥିଲେ।

Share