ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ରେ ସେ ମହେଶ ମଞ୍ଜେରକରଙ୍କ ଝିଅ ସାଇଙ୍କ ସହ ରୋମାନ୍ସ କରିବାର ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ ସାଇ ଏବଂ ତାଙ୍କ ପତ୍ନୀ ଭୂମିକାରେ ସୋନାକ୍ଷୀ ସିହ୍ନା ଅଭିନୟ କରିବେ। ‘ଦବଙ୍ଗ-୩’ରେ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଏଣ୍ଟ୍ରି ହୋଇଛି। ଏଥିରେ ସେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ‘ଦବଙ୍ଗ’ରେ ମଧ୍ୟ ଡିମ୍ପଲ ସଲମାନଙ୍କ ମାଆ ନୈନୀ ଦେବୀଙ୍କ ଭୂମିକାରେ ଅଭିନୟ କରିଥିଲେ। ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରିଛନ୍ତି। ନିକଟରେ ସଲମାନ ଚଳଚ୍ଚିତ୍ରର ଏକ ଭାଗ ମଧ୍ୟପ୍ରଦେଶରେ ଶୁଟିଂ କରିଛନ୍ତି। ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଫିଲ୍ମଟି ରିଲିଜ୍‌ ହେବ।

Share