Categories: ଜାତୀୟ

ପୁଣି ଜଣେ ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ: ଭିଡ଼ିଓ ଭାଇରାଲ ହେବା ପରେ ଆଶ୍ରମରୁ ବାବା ଚମ୍ପଟ୍‌

ଚଣ୍ଡିଗଡ଼, ୨୧।୮: ଏବେ ପୁଣି ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଚମ୍ପଟ୍‌ ହୋଇଯାଇଥିବା କୁହାଯାଉଛି। ହରିୟାଣା ଗୁରୁଗ୍ରାମ୍‌ସ୍ଥିତ ବହେଡ଼ା କଲା ଗାଁରେ ବାସ କରୁଥିବା ବାବା ଜ୍ୟୋତିଗିରି ମହାରାଜଙ୍କର କେତେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି।  ଭିଡ଼ିଓର ଯାଞ୍ଚ୍‌ ଗୁରୁଗ୍ରାମ୍‌ ପୋଲିସର ସାଇବର ଶାଖା ଦ୍ୱାରା କରାଯାଉଛି। ଇତିମଧ୍ୟରେ ଭିଡ଼ିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ବି ମାମଲା ଦାଏର କରାଯାଇଛି। ଅନେକ ରାଜନେତାଙ୍କ ସହିତ ଜ୍ୟୋତିଗିରିଙ୍କର ଭଲ ସମ୍ପର୍କ ଥିବା କୁହାଯାଉଛି।

Share