Categories: ଜାତୀୟ

ପୁଣି ଜନତା ଦଳ ୟୁନାଇଟେଡ୍‌ର ଅଧ୍ୟକ୍ଷ ହେଲେ ନୀତୀଶ

ନୂଆଦିଲ୍ଲୀ,୩୦।୧୦: ଦ୍ବିତୀୟଥର ପାଇଁ ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ହେଲେ ନୀତୀଶ କୁମାର। ବୁଧବାର ନୂଆଦିଲ୍ଲୀ ସ୍ଥିତ ମାବଲଙ୍କର ହଲ୍‌ରେ ଜନତା ଦଳ ୟୁନାଇଟେଡ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୀତୀଶଙ୍କୁ ଦ୍ବିତୀୟ ଥର ପାଇଁ ଦଳର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ୨୦୨୨ ପର୍ଯ୍ୟନ୍ତ ନୀତୀଶ ଏହି କାର୍ଯ୍ୟକାଳ ସମ୍ଭାଳିବେ। ୨୦୧୬ରେ ନୀତୀଶ ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଶରଦ ଯାଦବ ଦଳର ଅଧ୍ୟକ୍ଷ ପଦରୁ ହଟିବା ପରେ ତାଙ୍କ ସ୍ଥାନରେ ନୀତୀଶ ଏହି ପଦ ସମ୍ଭାଳିଥିଲେ।

Share