ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବୁଧବାର ପୁଣି ଥରେ ଶ୍ରୀନଗରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗତ ଦେଢ ମାସ ଭିତରେ ଡୋଭାଲଙ୍କ ଏହା ଦ୍ୱିତୀୟ କଶ୍ମୀର ଗସ୍ତ। ଏହି ଗସ୍ତ କାଳରେ ସେ ସୁରକ୍ଷା ଅଧିକାରୀଙ୍କ ସହ ରାଜ୍ୟ ସୁରକ୍ଷା ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଗତ ଅଗଷ୍ଟ ୫ରେ ୩୭୦ ଅନୁଚ୍ଛେଦ ଉଠାଦିଆଯାଇଥିଲା। ଏହାପରେ ଡୋଭାଲ ପ୍ରଥମଥର ସେଠାକୁ ଯାଇ ୧୧ ଦିନ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।