ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। ଗବେଷକମାନେ ୪ ଘଣ୍ଟା ତଳେ ମୃତ୍ୟୁ ଘଟିଥିବା ଏକ ଘୁଷୁରିର ବ୍ରେନ୍‌ କୋଷିକାକୁ ଏକ ବିଶେଷ ପ୍ରକାର ରାସାୟନିକ ପଦାର୍ଥ ଦ୍ୱାରା ପୁଣି ଜୀବିତ କରିବାକୁ ସକ୍ଷମ ହୋଇଛନ୍ତି। ଭବିଷ୍ୟତରେ ଏହା ହାର୍ଟ ଆଟାକ୍‌ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ରେ ମୃତ୍ୟୁ ଘଟୁଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ। ଏହି ଜ୍ଞାନକୌଶଳ ଦ୍ୱାରା ବ୍ରେନ୍‌ ମଧ୍ୟରେ ରକ୍ତ ସଞ୍ଚାଳନ ପୁଣିଥରେ ହୋଇପାରିଛି ବୋଲି ଗବେଷକ ଦଳର ମୁଖ୍ୟ ପ୍ରଫେସର ନେନାଦ୍‌ ସେଷ୍ଟନ୍‌ ସୂଚନା ଦେଇଛନ୍ତି। ଅଧିକ ପରୀକ୍ଷାପରେ ଏହାକୁ ମଣିଷଠାରେ ପ୍ରୟୋଗ କରାଯିବାର ଯୋଜନା ରହିଛି।

Share