ପୁଣି ତେଜିଲା ଆନ୍ଦୋଳନ, ଜିଲାପାଳ ଅଫିସ ଆଗରେ ଧାରଣା ଦେଲେ ଚାଷୀ

ବରଗଡ ଅଫିସ୍‌, ୫।୧୨:ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ନେଇ ପୁଣି ଚାଷୀ ଆନ୍ଦୋଳନ ତେଜି ଉଠିଛି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଅଞ୍ଚଳର ଚାଷୀମାନେ ଗୁରୁବାର ବରଗଡ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ରେଶମ ମାର୍କେଟ ୟାର୍ଡର ଧାନ ଉଠାଣ ଏବଂ ଚାଷୀମାନଙ୍କୁ ଗନି ବ୍ୟାଗ ଯୋଗାଣ ଦାବିରେ ସେମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡିରେ ୧୫ରୁ ୨୦ହଜାର ପକେଟ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି, ମାତ୍ର ସେହି ଧାନକୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଗନି ବ୍ୟାଗ ଯୋଗାଣ ସହିତ ମଣ୍ଡିରେ ପଡିଥିବା ଧାନ ଉଠାଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ସେମାନେ ଓହରିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଚାଷୀନେତା ସରୋଜ, ରମେଶ ମହାପାତ୍ର ପ୍ରମୁଖ ଧାରଣାସ୍ଥଳରେ ଉଦବୋଧନ ଦେଉଥିବା ବେଳେ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି।

Share