ପୁଣି ଥରିଲା ଇଣ୍ଡୋନେସିଆ: ଗତ ୩ ଦିନରେ ୩ ଥର ଭୂକମ୍ପ

ଜାକର୍ତ୍ତା,୧୬।୭: ଇଣ୍ଡୋନେସିଆର ବାଲିରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୮ଟା ୧୮ରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର କେନ୍ଦ୍ର ବାଲିର ଦକ୍ଷିଣ-ପଶ୍ଚିମରେ ୮୩ କିଲୋମିଟର ଦୂରରେଥିବା ନ୍ୟୁସା ଦୁଆଠାରେ ଭୂପୃଷ୍ଠର ୯୧.୬ କିଲୋମିଟର ଗଭୀରରେ ଥିବାର ଅନୁମାନ କରାଯାଇଛି। ଭୂକମ୍ପ ଯୋଗୁ କେତେକ କୋଠାରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ବାଲିର କେତେକ ମନ୍ଦିରର କିଛି ଅଂଶ ଭାଙ୍ଗି ତଳେ ପଡ଼ିଥିବା କୁହାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ରବିବାର ଏବଂ ସୋମବାର ଇଣ୍ଡୋନେସିଆରେ ଯଥାକ୍ରମେ ୬.୬ ଏବଂ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା।

Share