ପୁଣି ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୬: ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୨୨୦ କିମି ତଳେ ଥିବା ଅନୁମାନ କରାଯାଉଛି। ଇଷ୍ଟ୍‌ ଟିମୋରରେ ମଧ୍ୟ ଏହାର ପ୍ରଭାବ ଅନୁଭୁତ ହୋଇଛି। ଏହାଯୋଗୁ ଅଷ୍ଟ୍ରେଲିଆରେ ମଧ୍ୟ ମୃଦ୍ୟୁ କମ୍ପନ ହୋଇଛି। ଭୂକମ୍ପ ହେବାରୁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ପରେ ସୁନାମୀ ଆଶଙ୍କା ନ ଥିବା ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।

Share