Advertisement

ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ ଶୋ’କୁ ଫେରି ପାରନ୍ତି ଅନୁ ମଲିକ !

ମୁମ୍ବାଇ: କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ରେ ଜଜ୍‌ ହୋଇପାରନ୍ତି। ଏଥିପାଇଁ ତାଙ୍କୁ କୁଆଡ଼େ ଆପ୍ରୋଚ୍‌ କରାଯାଇଛି। ରିଆଲିଟି ଶୋ’ର ପୂର୍ବ ସିଜନ୍‌ ହିଟ୍‌ ଥିବା ବେଳେ ବର୍ତ୍ତମାନ ଏକାଦଶ ସିଜନ୍‌ରେ ତାଙ୍କୁ ନିଆଯାଇପାରେ। ଦଶମ ସିଜନ୍‌ରେ ଅନୁ ଜଜ୍‌ ହୋଇଥିଲେ ସୁଦ୍ଧା ‘#ମିଠୁ’ ମାମଲାରେ ଜଡିତ ହେବା ପରେ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଥିଲା। ତାଙ୍କ ସହ ବିଚାରପତି ଭାବେ ନେହା କକ୍କଡ଼ ଏବଂ ବିଶାଲ ଦଦଲାନୀ ଥିଲେ। ତେବେ ପୁଣି ଥରେ ଶୋ’ରେ ବିଚାରପତି ଆସନ ଅଳଙ୍କୃତ କରିବା ଲାଗି କେତେ ଉତ୍ସାହିତ ବୋଲି କିଛି ଖବରଦାତା ତାଙ୍କୁ ପ୍ରଶ୍ନ କରିଥିଲେ। ଏ ନେଇ ସେ କିଛି କହିବେ ନାହିଁ ବୋଲି ସେ କହିଛନ୍ତି।
ଅନୁଙ୍କ ଉପରେ ଗାୟିକା ଶ୍ୱେତା ପଣ୍ଡିତ ଅସଦାଚରଣ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା। ମାତ୍ର ଅନୁ ନିଜେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ସଫେଇ ଦେଇଥିଲେ। ଏପରିକି ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ତାଙ୍କ ଓକିଲ ପ୍ରତିକ୍ରିୟା ରଖିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share