ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ ଗ୍ଲାମରସ୍‌ ଲୁକ୍‌ର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ।  ଏବେ ଏହି ଫଟୋକୁ ନେଇ ପୁଣି ଥରେ ଦୀପିକା ମା’ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଫଟୋଟିରେ ଦୀପିକାଙ୍କ ବେବି ବମ୍ପ ଦିଶୁଥିବା ପ୍ରଶଂସକମାନେ ମତ ରଖୁଛନ୍ତି। ଏପରିକି କେହି କେହି ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ମଧ୍ୟ ପଛାଉ ନାହାନ୍ତି। ପୂର୍ବରୁ ମଧ୍ୟ ଦୀପିକା ମା’ ହେବାକୁ ଯାଉଥିବା ଚର୍ଚ୍ଚା ହୋଇଛି। ହେଲେ ତାହା ମିଥ୍ୟା ବୋଲି ଜଣାପଡ଼ିଥିଲା।

Share