ଓ୍ବାଶିଂଟନ,୨୯।୮: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପୁଣିଥରେ ନବଗ୍ରହ ତାଲିକାରେ ପ୍ଲୁଟୋକୁ ସାମିଲ୍ କରାଯାଇଛି। ପୂର୍ବରୁ ୨୦୦୬ରେ ଏହା ସୌରମଣ୍ଡଳର ଗ୍ରହ ନୁହେଁ ବୋଲି ନାସା କହିଥିଲା। ଫଳରେ ସୌରମଣ୍ଡଳ ଗ୍ରହସଂଖ୍ୟା ୯ ପରିବର୍ତ୍ତେ ୮କୁ ହ୍ରାସ ପାଇଥିଲା। ପ୍ଲୁଟୋକୁ ପୁଣିଥରେ ସୌରମଣ୍ଡଳରେ ସାମିଲ କରାଯାଇଥିବା ନେଇ ନାସା ମୁଖ୍ୟ ଜିମ୍ ବ୍ରାଇଡେନ୍ଷ୍ଟିନ୍ ସୂଚନା ଦେଇଛନ୍ତି।