ପୁଣି ନବୀନ ମ୍ୟାଜିକ୍‌

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଗତ କିଛିଦିନ ଧରି ପଦ୍ମପୁର ଉପନିର୍ବାଚନକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ଆଗରେ ବିରୋଧୀ ଚିତ୍‌ପଟାଙ୍ଗ ମାରିଛନ୍ତି। ବିଜେଡି ପ୍ରାର୍ଥୀ ରେକର୍ଡ ବ୍ୟବଧାନରେ ଭାଜପା ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି। ନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି।
ପଦ୍ମପୁରକୁ ହାତେଇବାକୁ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେଉଥିଲା। ଧାମନଗର ବିଜୟ ପରେ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଭରି ଯାଇଥିଲା। ପଦ୍ମପୁରରେ ଧାମନଗର ଭଳି ବିଜେଡିକୁ ମାତ୍‌ ଦେବା ପାଇଁ ଭାଜପା ରାଜ୍ୟ ନେତୃତ୍ୱ ଅଣ୍ଟା ଭିଡ଼ିଥିଲେ। ସେଥିତ୍ପାଇଁ ଦଳ ରଣକାୈଶଳ ପ୍ରସ୍ତୁତ କରିଥିଲା। ଚାଷୀ, ରେଳ ପ୍ରକଳ୍ପ ପ୍ରସଙ୍ଗ ସହିତ ବିଜେଡି ପ୍ରାର୍ଥୀଙ୍କୁ ବାହାର ଜିଲାର କହି ନିଜ ସପକ୍ଷରେ ଭୋଟ ନେବା ଲାଗି ପ୍ରୟାସ କରିଥିଲା। ଯଦିଓ ଭାଜପା ନିଜର ଭୋଟ ଗତ ନିର୍ବାଚନ ତୁଳନାରେ ପ୍ରାୟ ସମାନ ରଖିଛି ତେବେ ବିଜୟ ସମ୍ଭାବନାକୁ ନିଜ ସପକ୍ଷରେ ନେବାରେ ସମର୍ଥ ହୋଇନାହିଁ। ଅନ୍ୟପକ୍ଷରେ କଂଗ୍ରେସର ଦୁର୍ବଳ ପ୍ରତିଦ୍ୱିନ୍ଦ୍ୱିତା ବିଜେଡିକୁ ସୁହାଇଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କଂଗ୍ରେସ ଭୋଟ ବିଜେଡି ନିଜ ସପକ୍ଷରେ ନେବାରେ ସଫଳ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା ଘୋଷଣା ସାଙ୍ଗକୁ ଚାଷୀଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି, କୁଲତା ଏବଂ ମେହେର ସମାଜ ପାଇଁ ଜମି ଓ ଧର୍ମଶାଳା ଯୋଗାଇ ଦେବା ଭଳି ଅନେକ ପ୍ରତିଶ୍ରୁତି ବିଜେଡିକୁ ଫାଇଦା ଦେଇଛି। ତେବେ ଧାମନଗର ଉପନିର୍ବାଚନରେ ହାରିଯିବା ପରେ ମୁଖ୍ୟମନ୍ତ୍ରୀ ଅନ୍ୟ କାହା ଉପରେ ଭରସା ନ କରି ନିଜେ ନିର୍ବାଚନ କାର୍ଯ୍ୟକୁ ତଦାରଖ କରୁଥିଲେ। ବିଜେଡିର ୧୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ ଓ ୬୦ରୁ ଊର୍ଦ୍ଧ୍ୱ ବିଧାୟକ ପଦ୍ମପୁରରେ ରହି ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରୁଥିଲେ। ବିଧାନସଭା ଚାଲୁଥିଲେ ମଧ୍ୟ ସେମାନେ ପଦ୍ମପୁରରେ ରହି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ତେବେ ଏହି ନିର୍ବାଚନରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଉଭୟ ଭାଜପା ଓ ବିଜେଡି ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି ଯେ ଏହା ଜନାଦେଶ ନୁହେଁ, ଧନାଦେଶ। ବିଜେଡି ଓ ଭାଜପା ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ଅଛନ୍ତି। ସେମାନେ ଲୋକଙ୍କୁ ଲୁଟି ରଖିଥିବା ବିପୁଳ ଟଙ୍କାକୁ ଖର୍ଚ୍ଚ କରି ନିର୍ବାଚନ ଜିତୁଛନ୍ତି। ଆଗରୁ ଲୋକମାନେ ପ୍ରାର୍ଥୀ ଓ ତାଙ୍କ କାମକୁ ଦେଖି ଭୋଟ୍‌ ଦେଉଥିଲେ। କିନ୍ତୁ ଏବେ ନିର୍ବାଚନରେ ଯେତିକି ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ତାହା କରିବାକୁ କଂଗ୍ରେସ ସକ୍ଷମ ନୁହେଁ। ସେମାନେ ଯେତିକି ପୋଷ୍ଟର ଓ ବ୍ୟାନରରେ ଖର୍ଚ୍ଚ କରିଛନ୍ତି ସେତିକି ଅର୍ଥ କଂଗ୍ରେସର ମୋଟ୍‌ ନିର୍ବାଚନୀ ଖର୍ଚ୍ଚ ନୁହେଁ ବୋଲି ସାହୁ କହିଛନ୍ତି।
ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶାସକ ଦଳ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ଇଭିଏମ୍‌ ଟାମ୍ପରିଂ କରିଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ଯାହାହେଉ ନା କାହିଁକି ନବୀନଙ୍କ କ୍ରେଜ୍‌ ଆଗରେ ବିରୋଧୀ ହାର ମାନିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri