ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଏହି ସାଉଥ୍‌ ସୁପର୍‌ଷ୍ଟାର। ଇତିମଧ୍ୟରେ ‘ସାହୋ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ପ୍ରଭାସ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ପୋଷ୍ଟ କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରଦ୍ଧା କପୁର, ନିଲ୍‌ ନିତିନ ମୁକେଶ, ମନ୍ଦିରା ବେଦୀ ଏବଂ ଜ୍ୟାକି ଶ୍ରଫ୍‌ ପ୍ରମୁଖ ଅଭିନୟ କରିଛନ୍ତି। ସୁଜିତ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବ।

Share