Categories: ଜାତୀୟ

ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ରାଜନାଥ

ପଞ୍ଚକୁଲା,୧୮।୮: ହରିୟାଣାର ପଞ୍ଚକୁଲାଠାରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଯେଉଁଭଳି ବ୍ୟବହାର କରୁଛି ତା’ର ଜବାବ ରଖିଛନ୍ତି ରାଜନାଥ। ସେ କହିଛନ୍ତି ୩୭୦ ଅନୁଚ୍ଛେଦକୁ ନେଇ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ୍‌ ବୋଲି କହୁଛି ପଡୋଶୀଦେଶ। ହେଲେ ଭାରତ କହୁଛି ପାକିସ୍ତାନ ଯଦି ଆତଙ୍କବାଦକୁ ସହଯୋଗ ଦେବା ବନ୍ଦ କରିଦେବ ତେବେ ୨ ଦେଶ ମଧ୍ୟରେ କଥା ହେବା ସମ୍ଭବ ହେବ। ତାହାପୁଣି କେବଳ ପିଓକେକୁ ନେଇ। ଅନ୍ୟପଟେ ରାଜନାଥ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ କହୁଛନ୍ତି ଭାରତ ବାଲାକୋଟ ଆକ୍ରମଣଠାରୁ ଆହୁରି ବଡ ଧରଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ଏବେ ପାକିସ୍ତାନ ତା’ହେଲେ ସ୍ବୀକାର କରୁଛି ଯେ ବାଲାକୋଟ ଆକ୍ରମଣ ଭାରତ ଦ୍ୱାରା କରାଯାଇଥିଲା। ତେଣୁ ସମୟ ଆସିଲେ ଭାରତ ସବୁ ପରିସ୍ଥିତିର ସାମ୍ନା କରିବ ବୋଲି ରାଜନାଥ ପରୋକ୍ଷରେ ପାକିସ୍ତାନକୁ କହିଛନ୍ତି।

Share