Categories: ଖେଳ

ପୁଣି ପ୍ରଶଂସକଙ୍କୁ ଚକିତ କଲେ ଅଶ୍ୱିନ

ଚେନ୍ନାଇ,୨୦।୭- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି। ଏଠାରେ ଅଶ୍ୱିନ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଚେପକ ସୁପର ଗିଲ୍‌ସ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଶ୍ୱିନ ଭିନ୍ନ ଶୈଳୀରେ ବୋଲିଂ କରିଛନ୍ତି। ଏହି ଘଟଣା ମ୍ୟାଚ୍‌ର ଅନ୍ତିମ ଓଭରର ୪ର୍ଥ ବଲରେ ଘଟିଥିଲା। ଚେପକ ସୁପର ଗିଲ୍‌ସ ଦଳ ଅନ୍ତିମ ଦୁଇ ବଲରେ ୧୭ ରନ୍‌ ଦରକାର ଥିବାବେଳେ ଅଶ୍ୱିନ ସ୍ବତନ୍ତ୍ର ବୋଲିଂ କରିଥିଲେ। ଛୋଟିଆ ରନ ଅପ୍‌ ନେବା ସହ ସେ ନିଜ ବୋଲିଂ ଷ୍ଟାଇଲ ସମ୍ପୂର୍ଣ୍ଣ ନ କରି ବଲ ପକାଇଥିଲେ। ତେବେ ଏହି ବଲରେ କୌଣସି ଉଇକେଟ ନେଇପାରି ନ ଥିଲେ। ବ୍ୟାଟିଂ ପ୍ରଥମେ କରିଥିବା ଅଶ୍ୱିନ ୩ୟ କ୍ରମରେ ବ୍ୟାଟିଂ କରିଥିଲେ। ସେ ୧୯ ବଲରେ ୩୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ହିଁ ଦୁଇ ଦଳ ମଧ୍ୟରେ ବ୍ୟବଧାନ ଥିଲା। ୧୧୬ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଚେପକ ସୁପର ଗିଲସ ୧୦ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଉଲ୍ଲେଖଥାଉ କି, କିଛି ମାସ ପୂର୍ବେ ଅଶ୍ୱିନ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳର ଜୋସ ବଟଲରଙ୍କୁ ମଙ୍କଡ ଆଉଟ୍‌ କରିଥିଲେ। ଏହା ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର, ଆଇସିସିକୁ ମଧ୍ୟ ଚକିତ କରିଥିଲା।

Share