Advertisement

ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଅଜୟ ଦେବଗନ। ସୋମବାର ଇନ୍ଦ୍ର କୁମାରଙ୍କ ନିର୍ମିତ ଆଉ ଏକ କମେଡି ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ଔପଚାରିକ ଘୋଷଣା ହୋଇଛି। ଏଥିରେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲପ୍ରୀତ ସିଂହଙ୍କ ଯୋଡି ଦେଖିବାକୁ ମିଳିବ। ଜଣେ ପୁରୁଷ ସମାଜରେ ସୁଧାର ଆଣିବା ପାଇଁ ମୋର୍ଚ୍ଚା ଉଠାଇଥିବା ବେଳେ ତାଙ୍କ ସହ କିଭଳି ମଜାଳିଆ ଘଟଣା ଘଟିଛି ସେନେଇ ଫିଲ୍ମଟି ଆଧାରିତ ହୋଇଛି। ଗତ କିଛି ବର୍ଷରୁ ଇନ୍ଦ୍ର କୁମାର ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ସୂଚନା ମୁତାବକ ଏହି ଫିଲ୍ମର ଶୁଟିଂ ଏପ୍ରିଲ ୧୦ରୁ ଆରମ୍ଭ ହେବାକୁ ଥିଲା। ହେଲେ କରୋନା ଭାଇରସ୍‌ ଯୋଗୁ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share