ପୁଣି ବଡ଼ ପରଦାରେ ନଜର ଆସିବେ ଦୀପିକା-ରଣବିର

ମୁମ୍ବାଇ: ବଡ ପରଦାରେ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛି ବଲିଉଡ ଅଭିନେତା ରଣବିର କପୁର ଏବଂ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଯୋଡ଼ି।‘ତମାଶା’, ‘ୟେ ଜବାନୀ ହୈ ଦିଓ୍ବାନୀ’ ଆଦିରେ ଉଭୟଙ୍କ ଦମଦାର୍‌ ଅଭିନୟ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ଏପରିସ୍ଥଳେ ପୁଣି ଥରେ ଉଭୟ ଏକାଠି ହୋଇପାରନ୍ତି ବୋଲି କୁହାଯାଉଛି। ନିର୍ଦ୍ଦେଶକ ଲବ ରଞ୍ଜନଙ୍କ ଆଗାମୀ ପ୍ରୋଜେକ୍ଟରେ ଉଭୟ କାମ କରିବେ। ନିକଟରେ ସେମାନେ ଲବଙ୍କ ଅଫିସକୁ ଯାଇ କଥାବାର୍ତ୍ତା କରି ଫେରିଛନ୍ତି। ରଣବିର-ଦୀପିକାଙ୍କ ବ୍ୟତିତ ଅଜୟ ଦେବଗନ ମଧ୍ୟ ଫିଲ୍ମରେ ନଜର ଆସିବେ। ସେ ରଣବିରଙ୍କ ବାପା ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ଶେଷ ଆଡ଼କୁ ଚଳଚ୍ଚିତ୍ରଟି ପରଦାକୁ ଆସିବ।

ଉଭୟଙ୍କ ବର୍ତ୍ତମାନର କାମକୁ ଯଦି ଦେଖିବା, ରଣବିର ବ୍ରହ୍ମାସ୍ତ୍ରରେ ନଜର ଆସିବେ। ଏଥିରେ ତାଙ୍କ ସହ ଅଛନ୍ତି ଆଲିଆ, ମୌନି ରୟ ଏବଂ ଅମିତାଭ ବଚ୍ଚନ। ସେହିଭଳି ଦୀପିକା ସ୍ବାମୀ ରଣବୀରଙ୍କ ସହ କପିଲ ଦେବଙ୍କ ଜୀବନକାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମ ‘୮୩’ରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍‌।

Share