Categories: ଜାତୀୟ

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୯।୬:ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି। ପେଟ୍ରୋଲ ଲିଟର ପିଛା ୫୬ ପଇସା ଏବଂ ଡିଜେଲ ଲିଟର ପିଛା ୬୩ ପଇସା ବଢିଛି। ଗତ ୧୩ ଦିନ ହେବ ଲଗାତର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮.୩୭ ଟଙ୍କା ଡିଜେଲ ଦର ଲିଟର ପିଛା ୭୭.୦୬ ଟଙ୍କା ହୋଇଯାଇଛି। ଗତ ୧୩ ଦିନ ଭିତରେ ଦିଲ୍ଲୀରେ ପେଟ୍ରୋଲ ୭.୧୧ ଟଙ୍କା ଏବଂ ଡିଜେଲ ୭ ଟଙ୍କା ବୃଦ୍ଧି ପାଇଛି।

Share