ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ

ଥରେ ମନେ ପକାନ୍ତୁ ନା ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବ ଲୋ ସାହାନାଇ’କୁ। ସେହି ସମୟରେ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟି ଯାତ୍ରାପ୍ରେମୀଙ୍କୁ ଫୁଲ୍‌ ଏଣ୍ଟରଟେନମେଣ୍ଟ କରିଥିଲା। ହେଲେ ଏବେ ଆଶୁତୋଷଙ୍କ ସାହାନାଇ ପୁଣି ଥରେ ବାଜିବାକୁ ଯାଉଛି। ହେଲେ ଏଥର ଯାତ୍ରା ମଞ୍ଚରେ ନୁହେଁ ବଡ ପରଦାରେ। ଅର୍ଥାତ୍‌, ଏହି କାହାଣୀକୁ ଓଡ଼ିଆ ଚଳଚ୍ଚିତ୍ରର ରୂପ ଦେବାକୁ ଯାଉଛନ୍ତି ନବାଗତ ପ୍ରଯୋଜକ ଜନ୍ମେଜୟ ଡଗରା। ଏହାର ଟାଇଟଲ ରହିଛି ‘ବାଜିବ ଲୋ ସାହାନାଇ’। ତା’ସହ ଏହାକୁ କିପରି ଏକ ସୁନ୍ଦର ସିନେମାଟିଏ କରାଯାଇପାରିବ ସେ ନେଇ ପୂରା ଦମ୍‌ରେ ଅଣ୍ଟା ଭିଡିଛନ୍ତି ଆତୁତୋଷ। ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ ହୁଏ ତାହାକୁ ନେଇ କାହାଣୀ ଗତିଶୀଳ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ସମ୍ବିତ, ଅମ୍ଳାନ କୁମାର ଏବଂ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌। ଏମାନଙ୍କ ବ୍ୟତୀତ ରାଇମୋହନ, ଅଶ୍ରୁମୋଚନ ମହାନ୍ତି, ଆଶୁତୋଷ, ଭୂପତି ତ୍ରିପାଠୀ, ସୁମନ, ପ୍ରତିଭା ପଣ୍ଡା, ଜୟୀରାମ ସାମଲ ଏବଂ ଅପେରା ଅଭିନେତା ହୃଷୀକେଶ ମଧ୍ୟ କାଷ୍ଟିଂରେ ଅଛନ୍ତି। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ (ଟିଟନ)। ଚଳଚ୍ଚିତ୍ରର ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସୁରେଶ ଦାସ।

Share