ସିଓଲ,୪।୧୦: ମିଳିତ ଜାତିସଂଘ ଏବଂ ଆମେରିକାର ସମସ୍ତ କଟକଣା ସତ୍ତ୍ୱେ ତିନି ବର୍ଷ ପରେ ଉତ୍ତର କୋରିଆ ପୁଣି ବାଲାଷ୍ଟିକ ମିଶାଇଲ୍ ପରୀକ୍ଷଣ କରିଛି ଉତ୍ତର କୋରିଆ। ଗୁରୁବାର ଅଣ୍ଡରଓ୍ବାଟର୍ ଏହି ବାଲାଷ୍ଟିକ ମିଶାଇଲ୍ ପରୀକ୍ଷଣ କରାଯାଇଥିବା ଉତ୍ତର କୋରିଆ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାକୁ ଡରାଇବା ପାଇଁ ଏଭଳି ପରୀକ୍ଷଣ କରାଯାଇଥିବା କୁହାଯାଉଛି। ଏହି ବାଲାଷ୍ଟିକ ମିଶାଇଲ ପାଣି ଭିତରେ ୫୦୦ କିମି ଦୂର ପର୍ଯ୍ୟନ୍ତ ବିପର୍ଯ୍ୟୟ ଘଟାଇ ପାରିବାର କ୍ଷମତା ରହିଛି। ଏହାକୁ ୧୫୦୦ କିମି ପର୍ଯ୍ୟନ୍ତ ମଧ୍ୟ ବଢାଯାଇପାରିବ ବୋଲି ଜଣାପଡିଛି।